ରାଜ୍ୟରେ ଖାଲି ପଡ଼ିଛି ୧୭୩୫୮ ନର୍ସିଂ ଅଫିସର ପଦବୀ

ଭୁବନେଶ୍ୱର: ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପ୍ରାୟ ୬୧ ପ୍ରତିଶତ ନର୍ସିଂ ଅଫିସର ପଦବୀ ଅର୍ଥାତ ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ସେହିପରି ୭୨୭୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟ ଖାଲି ପଡ଼ିଛି ।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ୟ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ନର୍ସିଂ ଅଫିସର ପଦବୀ ଖାଲି ପଡ଼ିଛି । ସେହିପରି ମଞ୍ଜୁରୀପ୍ରାପ୍ତ ଫାର୍ମାସିଷ୍ଟ ପଦବୀ ୩୪୯୦ଟି ମଧ୍ୟରୁ ଏବେ ୨୪୯୨ଟି ପଦବୀରେ କାର୍ୟ୍ୟରତ ଅଛନ୍ତି ଓ ବାକି ୯୯୮ଟି ପଦବୀ ଖାଲି ପଡ଼ିଛି । ଲାବ୍ରୋଟୋରୀ ଟେକନିସିଆନରେ ମଞ୍ଜୁରୀପ୍ରାପ୍ତ ୨୨୩୫ଟି ପଦବୀ ମଧ୍ୟରୁ ୯୧୫ଟି ଖାଲି ପଡ଼ିଛି । ତେବେ ୯୨୧ଟି ଟେକନିସିଆନ୍ ପଦବୀ ପୂରଣ ନିମନ୍ତେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।ସେହିପରି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ୭୪୮୩ଟି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଆଉ ୮୫୩୧ଟି ନର୍ସିଂ ଅଫିସର ପଦବୀ ଚୟନ ନିମନ୍ତେ ଆୟୋଗଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୁପାରିଶ କରିଛି । ଏଭଳି ଭାବେ ମୋଟ ୧୫୯୧୪ଟି ନର୍ସିଂ ଅଫିସର ପଦବୀ ପୂରଣ ହୋଇପାରିବ ବୋଲି