ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ହୋଇଛି: ପଞ୍ଚାନନ କାନୁନଗୋ

Feb 2, 2024 - 13:22
 4
ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ହୋଇଛି: ପଞ୍ଚାନନ କାନୁନଗୋ

ଭୁବନେଶ୍ବର: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ ୨୦୨୪ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ । ଏହି ବଜେଟରେ ଅନେକ ଦିଗ ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ବିଶେଷ କରି ସବକା ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏହା ଉପରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "ମୋଦି ସରକାରଙ୍କ ଯେଉଁ ଚରିତ୍ର ଗୋଟିଏ ପଟେ ସବକା ସାଥ ସବକା ବିକାଶ କହିବା ଅନ୍ୟପକ୍ଷରେ ଗୋଟିଏ ବର୍ଗର ବିକାଶ ହେବ, ଅନ୍ୟ ଗୋଟିଏ ବର୍ଗକୁ ଦାରିଦ୍ର୍ୟ ଭିତରକୁ ଠେଲି ଦିଆଯିବ । ଗତ ୯ ବର୍ଷ ଧରି ଏହା ଚାଲିଆସିଛି । ଯାହାର ବଜେଟରେ ମଧ୍ୟ ପ୍ରତିଫଳନ ଦେଖିବାକୁ ମିଳିଛି । ମଧ୍ୟବିତ୍ତ ପରିବାରର ସବୁଠୁ ବଡ ବ୍ୟବସ୍ଥା ହେଉଛି ଦରଦାମ ବୃଦ୍ଧି ନ ହେବ । ଆୟ କିପରି ସଙ୍କୁଚିତ ହେବ ନାହିଁ । ଇନକମ ଟାକ୍ସ ପେଇମାନଙ୍କର ସମସ୍ତ ଇନକମରେ ଟାକ୍ସରେ କୌଣଶି ରିହାତି ନାହିଁ । କର୍ପୋରେଟ ସେକ୍ଟରର ୨୫ ପ୍ରତିଶତରୁ ରିହାତି ୨୦ ପ୍ରତିଶତକୁ ଆସିଛି ।"

ସେ ଆହୁରି କହିଛନ୍ତି, "ଲକ୍ଷପତି ଦିଦି ମାନଙ୍କୁ ବିକାଶ ପାଇଁ କୁହାଯାଇଛି । ସେମାନଙ୍କ ଠାରୁ ଟଙ୍କା କିପରି ଶୋଷି ହେବ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଏ ସରକାର । ଫିଜିକାଲ ଡେଫିସିଟି ଯାହାକୁ ୩.୫ରେ ରଖିବା କଥା ଏବର୍ଷ ୫ ପ୍ରତିଶତ ତଳକୁ ଖସିଲା ନାହିଁ । ଆସନ୍ତାବର୍ଷ କହିଛନ୍ତି ୪.୩ ରହିବ । ମୋର ଯାହା ଆକଳନ ଏହା ୫ ପ୍ରତିଶତ ଉପରେ ରହିବ । ଯାହାକି ଇନଫ୍ଲାସନ ବୃଦ୍ଧି କରିବାରେ ସାହାଯ୍ୟ କରିବ ।"