ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ

ନୂଆଦିଲ୍ଲୀ: ଆଜି ଆସିବ ମଧ୍ୟପ୍ରଦେଶ ଜନାଦେଶ । ଏମପିରେ ଆଗାମୀ ୫ ବର୍ଷ ପାଇଁ କିଏ ସରକାର ଗଢିବ ଏହାର ଫଇସଲା ଆଉ କିଛି ଘଣ୍ଟା ପରେ ହୋଇଯିବ । ଟ୍ରେଣ୍ଡରେ ମଧ୍ୟପ୍ରଦେଶରେ ବିଜେପି ଆଗୁଆ ରହିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ରାଜ୍ୟରେ ବିଜେପି ୧୫୪ ଆସନରେ ଆଗୁଆ ରହିଛି । ଏନେଇ ବିଜେପି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଛି । ମୋଦିଜୀ ଏମପିର ମନରେ ରହିଛନ୍ତି । ଏମପି ମୋଦିଜୀଙ୍କ ମନରେ ରହିଛି ବୋଲି କହିଛନ୍ତି ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ରାଜ୍ୟରେ ବିଜେପି ଆଗୁଆ ରହିଛି । ଏହାକୁ ନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ''ମୋଦିଜୀ ଏମପିର ମନରେ ରହିଛନ୍ତି । ଏମପି ମୋଦିଜୀଙ୍କ ମନରେ ରହିଛି । ମୋଦିଙ୍କ ପ୍ରତି ଲୋକଙ୍କର ଅସୀମ ଶ୍ରଦ୍ଧା ଓ ପ୍ରଗାଢ ବିଶ୍ବାସ ରହିଛି । ଏଠାରେ ସେ ଯେଉଁ ଜନସଭା କରୁଥିଲେ ଅପିଲ କରିଥିଲେ ତାହା ଲୋକଙ୍କ ହୃଦୟକୁ ଛୁଇଁଛି । ଏହା ପରିମାଣର ପ୍ରମୁଖ କାରଣ । ଡବଲ ଇଞ୍ଜିନର ସରକାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଯେଉଁ କାର୍ୟ୍ୟ ହୋଇଥିଲା ସେହି କାମକୁ ଏଠାରେ କାର୍ୟ୍ୟକାରୀ ହୋଇଛି । ଏଠାରେ ହୋଇଥିବା ଯୋଜନା, ଗରିବ ଓ ଚାଷୀଙ୍କ ପାଇଁ ଯେଉଁ କାମ ହୋଇଛି ତାହା ଜନତାଙ୍କ ହୃଦୟକୁ ଛୁଇଁଛି । ମଧ୍ୟପ୍ରଦେଶ ପରିବାର ହୋଇଛି । ଅମିତ ଶାହଙ୍କ ରଣନୀତି, ଜେପି ନଡ୍ଡାଙ୍କ ମାର୍ଗ ଦର୍ଶନ ଓ ସଂଗଠନର କର୍ମକର୍ତ୍ତାଙ୍କ ପରିଶ୍ରମ ବଳରେ ଏହି ପରିଣାମ ମିଳିଛି । ଏହା ନିର୍ବାଚନ ଅଭିଯାନକୁ ଗତି ଦେଇଛି । ଜନତାଙ୍କ ଭଲ ପାଇବା ଦେଖିବାକୁ ମିଳିଥିଲା । ଲାଡଲି ବେହେନା ବିଜେପିକୁ ଶକ୍ତି ଦେଇଛି । ମୁଁ ଆଗରୁ କହିଥିଲି ମଧ୍ୟପ୍ରଦେଶରେ ବିଜେପି ବହୁମତ ପାଇବ ।''