ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ : ପ୍ରଦୀପ ପାଣିଗ୍ରାହୀ

Aug 26, 2023 - 06:52
 21
ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଯିବା ବେଳେ ବିରୋଧ କରାଯାଇଛି । ଶୁକ୍ରବାର ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀକୁ ଯାଉଥିଲେ। ​ତେବେ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରାଯାଇଛି। ତାଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ମାଡ଼ ସହ ପାଣି ବୋତଲ ମଧ୍ୟ ଫିଙ୍ଗିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଦଳୀୟ ଗୁଣ୍ଡାଙ୍କୁ ନେଇ ତାଙ୍କ ଉପରେ ଆକ୍ରମଣ କରାଯାଇଛି ବୋଲି ସେ କହିଛନ୍ତି ।
ଅନ୍ୟ ପକ୍ଷରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ପୁଲିସ ଉପସ୍ଥିତିରେ ୨ ଗୋଷ୍ଠୀ ପିଟାପିଟି ହୋଇଥିବା ଜଣାଯାଇଛି।ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିବା କୁହାଯାଉଛି।
ଦୁଇ ଘଣ୍ଟା ହେଲା ରାସ୍ତାରେ ଅଟକି ରହିବା ପରେ​‌ ପ୍ରଦୀପ ପାଣିଗ୍ରାହୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରୀ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କୁ ପୁଲିସ ବାଧା ଦେଇଛି ବୋଲି ସେ କହିଛନ୍ତି । ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାସ୍ତାରେ ଥାଇ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରିଥିଲେ। ନିଜ ଗାଡ଼ି ଭିତରେ ବସି ରହିବା ଘଟଣା ସଂପର୍କରେ ସେ ମେଲ୍ କରି ସରକାର, ପ୍ରଶାସନ ଏବଂ ଦଳ ଏକାଠି ହୋଇ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ।ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ୫-ଟି ସଚିବ ଓ ସରକାରଙ୍କ ଉପରେ ବର୍ଷିଛନ୍ତି।