ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ନିଜ ରାଜ୍ୟକଥା ଭାବନ୍ତୁ:ନବୀନ

May 18, 2024 - 11:27
 4405
ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ନିଜ ରାଜ୍ୟକଥା ଭାବନ୍ତୁ:ନବୀନ

ଭୁବନେଶ୍ବର: ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ । ଏଣୁ ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ନିଜ ରାଜ୍ୟକଥା ଭାବନ୍ତୁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଶାରେ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଶାଣିତ ସମାଲୋଚନା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ସେମାନେ କହୁଛନ୍ତି ଓଡ଼ିଶାକୁ ନମ୍ବର ୱାନ କରିବୁ । ଯେଉଁ ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟକୁ ନମ୍ବର ୱାନ କରିବାକୁ ପ୍ରତିଶୃତି ଦେଉଛନ୍ତି । ଯାହାକି ହାସ୍ୟାସ୍ପଦ ।