ନିଜାର ହତ୍ୟା ମାମଲାରେ ଭାରତ ସମ୍ପୃକ୍ତିର ପ୍ରମାଣ ଅଛି: ଟ୍ରୁଡୋ

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ ଭାରତର ହାତ ଅଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ଙ୍କ ମତ ପରେ ଉଭୟ ଦେଶର ଦ୍ୱିପାକ୍ଷିିକ ସମ୍ପର୍କ ସମ୍ପୂର୍ଣ୍ଣ ତିକ୍ତ ହୋଇଯାଇଛି । କାନାଡା ପ୍ରଧାନମନ୍ତ୍ରୀଙ୍କର ଏଭଳି ଅଭିଯୋଗକୁ ଭାରତ ପକ୍ଷରୁ ଦୃଢ଼ ଭାବରେ ଖଣ୍ଡନ କରାଯାଉଛି । ଇତି ମଧ୍ୟରେ ଆଉ କରି ଆସୁଥିବା ଦାବିକୁ ଭାରତ ସରକାର ଦୃ?ଭାବେ ଖଣ୍ଡନ କରିଛନ୍ତି । ଏଥିସହିତ ଭାରତରେ କୂଟନୀତିଜ୍ଞ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ଭାରତ ସରକାର କାନାଡାକୁ କହିଛନ୍ତି । ଅନ୍ୟପକ୍ଷରେ ଆଜି କାନାଡା କହିଛି ଯେ ନିଜାର ହତ୍ୟା ମାମଲାରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ରହିଛି ଏବଂ ଏ ବାବଦ କଲ୍ ରେକର୍ଡ ଉପଲବ୍ଧ ଅଛି । ଅନ୍ୟପକ୍ଷରେ କାନାଡା ସରକାର ଭାରତୀୟ ଦୂତାବାସକୁ ଗୁଇନ୍ଦା ନିରୀକ୍ଷଣରେ ରଖିଥିବା ଜଣାପଡିବା ପରେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି । କାନାଡାର ଅଭିଯୋଗକୁ ପୂର୍ବରୁ ଗୁରୁତର ବୋଲି ଆମେରିକା କହିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ କହିଛନ୍ତି, ତଦନ୍ତରେ ଆମେ ତଥ୍ୟ ପ୍ରମାଣକୁ ଗୁରୁତ୍ୱ ଦେବୁ ଏବଂ ଭାରତ ପ୍ରତି କୌଣସି ‘ସ୍ୱତନ୍ତ୍ର କୋହଳ ନୀତି’ ଗ୍ରହଣ କରିବୁନାହିଁ । ଏହି ପ୍ରସଙ୍ଗକୁ ନେଇ ଆମେ ଦୁଇ ଦେଶ ସହ ଯୋଗାଯୋଗରେ ରହିଛୁ ଏବଂ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଉଦ୍ୟମକୁ ଆମେରିକା ସମର୍ଥନ କରୁଛି ବୋଲି ସେ କହିଛନ୍ତି ।