ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

May 5, 2024 - 13:33
 4707
ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ନୀଳଗିରି ବିଧାନସଭା ଆସନ ପାଇଁ ପୂର୍ବରୁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଆଜି କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଟିକେଟ ଦେଇଛି । ୧୯୮୦ ଓ ୧୯୯୫ରେ ଅକ୍ଷୟ ଆଚାର୍ଯ୍ୟ ୨ ଥର ବିଧାୟକ ଥିଲେ ।

ପ୍ରକାଶ ଯେ, ଏଠାରେ ବିଜେପି ଛାଡ଼ି ବିଜେଡି ମିଶିଥିବା ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେଇଥିବାବେଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ସନ୍ତୋଷ ଖଟୁଆଙ୍କୁ ବିଜେପି ଟିକେଟ ଦେଇଛି । ଆଜି କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରୀମୁଖି ଲଢେଇ ହେବାର ସ୍ପଷ୍ଟ ସଂକେତ ମିଳୁଛି ।