ନୟାଗଡ଼ରେ ଅରୁଣ ପଛୁଆ

Jun 4, 2024 - 12:32
 5194
ନୟାଗଡ଼ରେ ଅରୁଣ ପଛୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୭୪ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୫୭ ଓ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି । ତେବେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ପଛୁଆ ଅଛନ୍ତି । 
ମୋଟ ୧୯ରୁ ବର୍ତ୍ତମାନ ସୁଦ୍ଧା ୮ ରାଉଣ୍ଡ ଗଣତି ହୋଇଥିବାବେଳେ ବିଜେଡି  ପ୍ରାର୍ଥୀ ଅରୁଣ ସାହୁଙ୍କୁ ୩୭୯୦୪ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରତୁ୍ୟଷା ରାଜେଶ୍ୱରୀ ସିଂଙ୍କୁ ୩୭୯୮୬ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ରଞ୍ଜିତ ଦାସଙ୍କୁ ୧୧୩୩ଖଣ୍ଡ ଭୋଟ ମିଳିଛି ।