ରାଉଣ୍ଡ ୩ ସୁଦ୍ଧା ହିଞ୍ଜିଳିରେ ନବୀନ ଆଗୁଆ

Jun 4, 2024 - 12:46
 4152
ରାଉଣ୍ଡ ୩ ସୁଦ୍ଧା ହିଞ୍ଜିଳିରେ ନବୀନ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୭୪ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୫୬ ଓ କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି । ତେବେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଆଗୁଆ ଅଛନ୍ତି । 
ମୋଟ ୧୭ରୁ ବର୍ତ୍ତମାନ ସୁଦ୍ଧା ୩ ରାଉଣ୍ଡ ଗଣତି ହୋଇଥିବାବେଳେ ବିଜେଡି  ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ୧୨୧୧୦ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ୯୫୯୭ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢୀଙ୍କୁ ୧୩୨୭ଖଣ୍ଡ ଭୋଟ ମିଳିଛି ।