ପରାଜୟ ଭୟରେ ହିଂସା ନୀତି ଆପଣାଉଛି ବିଜେଡି: ମନମୋହନ
ଭୁବନେଶ୍ବର:ରାଜ୍ୟରେ ନିର୍ବାଚନ ହିଂସା ଉପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଗଣ୍ଡଗୋଳ କିଏ କରୁଛି ଏ ଦିଗରେ ସଠିକ ତଦନ୍ତ ହେବା ଆବଶ୍ୟକ । ପୋଲିସ ସମସ୍ତ ସଠିକ ଦିଗରେ ତଦନ୍ତ କରିବା ଆବଶ୍ୟକ । ଏହା ହେଲେ ସତ୍ୟ ସାମ୍ନାକୁ ଆସିବ । ମୁଖ୍ୟ ନିର୍ବାଚନ ଅଧିକାରୀ ସବୁବେଳେ ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ କହୁଥିବାବେଳେ ଏହିଭଳି କାର୍ୟ୍ୟକ୍ରମ ଗ୍ରହଣୀୟ ନୁହେଁ । ବିଜେଡି ନେତାଙ୍କ ପାଖରେ ଗୋଟିଏ ଡର ପଶିଯାଇଛି ଯେ ବିଜେପି ଜିତିଲେ ସେମାନଙ୍କ ପାର୍ଟିକୁ ଭାଙ୍ଗିଦେବ ବୋଲି । ସେଥିପାଇଁ ସେମାନେ ପରାଜୟ ଭୟରେ ଏଭଳି ହିଂସା ନୀତି ଆପଣାଉଛନ୍ତି । ଶାସକ ଦଳ ପାଖରେ ପାୱାର ଥିବାରୁ ସେମାନେ ପୋଲିସ ଫୋର୍ସର ଖରାପ ବ୍ୟବହାର କରୁଛନ୍ତି । ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ କର୍ମୀମାନଙ୍କୁ ଯେଉଁଭଳି ଆକ୍ରମଣ କରାଯାଉଛି, ସେଥିରୁ ବିଜେଡିର ଗୁଣ୍ଡାଗର୍ଦ୍ଦି ସ୍ପଷ୍ଟ ପ୍ରମାଣିତ ହେଉଛି ।"