ବିଜେପି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

May 28, 2024 - 13:31
 5032
ବିଜେପି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର:  ବିଜେପିର ନେତା ହିମାଂଶୁ ଶେଖର ସାହୁ, ଯିଏକି ଦଳରୁ ଟିକେଟ ନପାଇ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି। ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକ ଓସରା ଛକ ନିକଟରେ ରାଲିରେ ଯାଉଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ଅତର୍କିତ ଭାବେ ସାମ୍ନାପଟୁ ମାଡ଼ିଆସିଥିଲା । କିଛି ବୁଝିବା ପୂର୍ବରୁ ୧୦ରୁ ଅଧିକ ବାଇକ ଉପରେ ମାଡ଼଼ିଯାଇଥିଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ବିଜେଡି କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି।

ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସ୍ୱାଧୀନ ଭାବେ ଲଢ଼ୁଥିବା ହିମାଂଶୁ ଶେଖର ସାହୁ, ଯାହାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଆର୍ମସ ଆକ୍ଟରେ ଅନେକ ଅପରାଧିକ ମାମଲା ରହିଛି । ତାଙ୍କରି ପ୍ରରୋଚନାରେ ଏଭଳି ଘଟଣା ଘଟିଥିବାର ପ୍ରମାଣ ମିଳିଛି। ଏଣୁ ଏଭଳି ଲୋକଙ୍କ ସ୍ଥାନ ବାହାରେ ନୁହେଁ, ଜେଲର ଚାରି କାନ୍ଥ ଭିତରେ ବୋଲି କହିଛି ବିଜେଡି। ଏ ଦିଗରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି।