ନୂତନ ରୋଗ ଏକ୍ସ : ୫ କୋଟି ଲୋକଙ୍କ ମୃତ୍ୟୁ ଆଶଙ୍କା

Sep 25, 2023 - 08:45
 3
ନୂତନ ରୋଗ ଏକ୍ସ : ୫ କୋଟି ଲୋକଙ୍କ ମୃତ୍ୟୁ ଆଶଙ୍କା

ଜେନେଭା : ଏକ ବିପଜ୍ଜନକ ରୋଗର ଆତଙ୍କ ଏବେ ସାରା ବିଶ୍ୱରେ ପୁଣି ଥରେ ସୃଷ୍ଟି ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ନୂତନ ରୋଗକୁ ଏକ୍ସ ନାମରେ ଚିହ୍ନଟ କରାଯାଉଛି। ଡବ୍ଲ୍ୟୁଏଚଓ ଅନୁଯାୟୀ, ନୂତନ ରୋଗ ଏକ୍ସ ରେ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। କାରଣ ଏହି ରୋଗ କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ଅଧିକ ବିପଜ୍ଜନକ ଅଟେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରୋସ ଆଧାନୋମ ଗେବ୍ରେୟସସ କହିଛନ୍ତି ଏହା ଏପରି ଏକ ରୋଗ ଯେଉଁଥିରେ କୋଟି କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି।

ସେ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଟିକା ତିଆରି କରିବା କାମ ଆରମ୍ଭ କରିଛନ୍ତି। ଡବ୍ଲ୍ୟୁଏଚଓ ଅନୁଯାୟୀ, କରୋନା ମହାମାରୀ ହେତୁ ପ୍ରାୟ ୨୫ ଲକ୍ଷ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି, କିନ୍ତୁ ଏହି ନୂତନ ରୋଗ ଏହା ଅପେକ୍ଷା ଅଧିକ ମାରାତ୍ମକ ଅଟେ। ଏହି କାରଣରୁ ପ୍ରାୟ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଏଥି ସହିତ, ବିଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ନୂତନ ରୋଗ ବିଷୟରେ କହିଛନ୍ତି ଏକ୍ସ ସ୍ପେନୀୟ ଫ୍ଲୁ ପରି ବିନାଶ ଘଟାଇପାରେ। ସୂଚନାଯୋଗ୍ୟ, ୧୯୧୮-୨୦ ମସିହାରେ ସ୍ପେନ ଫ୍ଲୁ ଯୋଗୁ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।