ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୁବନେଶ୍ବର: ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ଆଶିଷ ସିଂ ବିଜେଡ଼ିର ନିର୍ବାଚନୀ ପ୍ରଚାର କାର୍ୟ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ । ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ସିକ୍ୟୁରୀଟି ଇନ୍ ଚାର୍ଜ ଥିବା ଆଶିଷ ସିଂ ଅର୍ଥନୈତିକ ଅପରାଧ ଶାଖାରେ ଅଫିସ ଚଳାଉଛନ୍ତି । ହେଲେ ସରକାରୀ ଅଫିସର ହେବା ସତ୍ତ୍ୱେ ବିଜେଡିର ରାଜନୈତିକ କାର୍ୟ୍ୟ କିପରି କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ଡିଆଇଜି ଆଶିଷ ସିଂଙ୍କ ମୋବାଇଲ ଜବତ କରି ଯାଞ୍ଚ କରାଯାଉ । ଏବଂ ଆଶିଷ ସିଂଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଓଡ଼ିଶା ବାହାରକୁ ବଦଳି କରାଯାଉ ବୋଲି ଦାବି କରିଛି ଦଳ ।
ବେଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ନିର୍ବାଚନ ଆସିଲେ ନିଜ ବିପକ୍ଷରେ ଥିବା ଆରୋପକୁ ଘୋଡାଇବା ପାଇଁ ବିଜେଡି ସମସ୍ତ ପ୍ରକାର କସରତ କରେ । ବିଜେଡି ଭଲ ଭାବେ ଜାଣିଛି ୨୪ବର୍ଷର ସ୍ୱଚ୍ଛ ଶାସନର ଆଢ଼ୁଆଳରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅସ୍ମିତାକୁ କିଭଳି ଭାବେ ଖିନଭିନ କରିଛି । ଆଜି ପ୍ରତିଟି ଓଡ଼ିଆ ନିଜର ଅସ୍ମିତାକୁ ନେଇ ଚିନ୍ତାରେ । ନିଜର ବିଷମ ପରିସ୍ଥିତି ସମ୍ବର୍ଦ୍ଧରେ ଅବଗତ ଥିବା ବିଜେଡି ନିର୍ବାଚନ ହାରିଯିବା ଭୟରେ ଖୁଲମ୍ ଖୋଲା ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବାରେ ଲାଗି ପଡିଛନ୍ତି । ଏହି ନିର୍ବାଚନର ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ କେତେବେଳେ ଶପଥ କରାଉଛନ୍ତି ତ କେତେବେଳେ ମହିଳାମାନଙ୍କୁ ପ୍ରଚାର କାର୍ୟ୍ୟରେ ଲଗାଉଛନ୍ତି । ବିଜେଡିର ଏଭଳି ହୀନକାର୍ୟ୍ୟକୁ ବିଜେପି ବାରମ୍ବାର ବିରୋଧ କରିବା ସତ୍ତ୍ବେ ମଧ୍ୟ ବିଜେଡି ସେଥିରୁ ନିବୃତ ନରହିବା ଦୁର୍ଭାଗ୍ୟର ବିଷୟ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିରୋଧରେ ଯେତେ ଅଭିଯୋଗ କଲେ ସେ ତାଙ୍କର ଅଭ୍ୟାସ ବଦଳୁ ନାହାନ୍ତି । ଆଶିଷ ସିଂ ନିର୍ବାଚନ ଆୟୋଗ ତାଙ୍କୁ ବଦଳି କରିଥିଲେ । ଆଶିଷ ସିଂ ନିର୍ବାଚନ ବେଳେ ବିଜେଡି ପାଇଁ କାମ କରିବା କେତେ ଦୂର ଯଥାର୍ଥ । ରାଜ୍ୟରେ ସବୁ ପୋଲିସ ମାନଙ୍କୁ ଆଶିଷ ସିଂ ଧମକ ଦେଉଛନ୍ତି, ଯେ ବିଜେଡି ପାଇଁ କାମ କର ବୋଲି ।